ପନିର ରେ ଅପମିଶ୍ରଣ :ମଣିଷ ଖାଉଛି ଅଜାଣତରେ ବିଷ

ପନିର ରେ ଅପମିଶ୍ରଣ :ମଣିଷ ଖାଉଛି ଅଜାଣତରେ ବିଷ

କଟକ(ଆଦର୍ଶଟିଭି): ଏଣିକି ମଣିଷ ଚାହୁଁଥିବା ସମସ୍ତ ଜିନିଷ ମିଳିପାରୁଛି । କିନ୍ତୁ ତାହା କିଭଳି ଉପôାଦନକରାଯାଉଛି ସେ କଥା କେବେ କେହି ଜାଣିନାହାଁନ୍ତି । ବଡ ବଡିଆ ବାବୁ ମାନେ ବଡ ବଡ ଲାଇଟ ଲଗାଯାଇଥିବା ଚିକି ଚିକିଆ ଜିନିଷ କିଣିଆଣୁଛନ୍ତି ବଜାରରୁ ତାହାପୁଣି ଉଚାଦରରେ । ହେଲେ ସେହି ଖାଦ୍ୟ ସାମଗ୍ରିରେ ବେପାରୀମାନେ ଯେଉଁ ସବୁ ଦ୍ରବ୍ୟଅପମିଶ୍ରଣକରୁଛନ୍ତି ତାହା ସାଧାରଣ ମଣିଷ ପାଇଁ ପରୋକ୍ଷରେ ବିଷ ଦେଉଛନ୍ତି କହିଲେ ଅତୁକ୍ତି ହେବନାହିଁ । ଆଜି ମଣିଷ ଅଧିକ ରୋଗର ଶୀକାର ହେବାପଛରେ ରହିଛି ୫୦ଭାଗ ଖାଦ୍ୟ ପେୟର ସଂଜମତା । କିନ୍ତୁ ଦିନକୁଦିନ ପ୍ରତ୍ୟକ ଖାଦ୍ୟପଦାର୍ଥରେ ଅପମିଶ୍ରମ ହୋଉଅଛି । ଏନେଇ ଖାଉଟିବିଭାଗ ପାଖରେ ଖବର ପହଁଚିବାପରେ ଏବେ ଅନେକ ଅପମିଶ୍ରିତ ଖାଦ୍ୟସାମଗି୍ରର କମ୍ପାନୀ ଗଢିଉଠିଥିବା କଟକ ସହର ଏବେ ବେସ୍ ଚର୍ଚ୍ଚାରେ ରହିଛି । ବୁଧବାରଦିନ ଦେଢକ୍ୱିଇଟାଲ୍ ସିନ୍ଥେଟିକି ପନିର ବେପାରୀକୁ ଧରିବାରେ ସକ୍ଷମହୋଇଛି ଚାଉଳିଆଗଞ୍ଜ ପୁଲିସ । ଏହି ସାମଗି୍ର ଗୁଡିକ ପଶ୍ଚିମବଙ୍ଗରୁ ଆସି ବେଧଡକ ଭାବରେ ଓଡିଶାରେ ବିକି୍ରହୋଉଥବା ଜଣାପଡିଛି । ଏହି କାରବାରରେ ଜଣକୁ ଅଟକରଖି ପଚରା ଉଚରା କରୁଛି ପୁଲିସ । ଆଗରୁ ମଧ୍ୟ ନକଲି ଘିଅ , ନକଲି ମୋବିଲ , ନକଲି ନଡିଆତେଲ ଆଦି କମ୍ପାନୀକୁ ସିଜ୍ କରିଥିଲା ପୋଲିସ । ଦିନକୁ ଦିନ ଏହି ନକଲି କାରଖାନା ଗୁଡିକ ତାଙ୍କର କାୟାବିସ୍ତାର କରିବାରେ ସକ୍ଷମ ହୋଉଥିବାବେଳେ ରତାରାତି ବଡ ଲୋକ ହୋଉଛନ୍ତି । କିଛି ଗ୍ରାହାକ କମ ଦରରେ ଏସବୁ ଜିନିଷ ପାଇପାରୁଥିବାରୁ ଏମାନଙ୍କର ସେଲ୍ ମଧ୍ୟ କିଛିକମ୍ ନୁହେଁ ।

Editor Sudhanshu Bhusan Baliarsingh

Ownership Adarsha tv