ୟୁନିଟ୍ ୯ସ୍ଥିତ ଅନନ୍ତମୁଖୀ ଗୀତା ସାବିତ୍ରୀ ଚକ୍ରର ୨୯ତମ ଗୀତାଜୟନ୍ତି ବାର୍ଷିକ ଉତ୍ସବ

ୟୁନିଟ୍ ୯ସ୍ଥିତ ଅନନ୍ତମୁଖୀ ଗୀତା ସାବିତ୍ରୀ ଚକ୍ରର ୨୯ତମ ଗୀତାଜୟନ୍ତି ବାର୍ଷିକ ଉତ୍ସବ

ଭୁବନେଶ୍ୱର (ଆଦର୍ଶଟିଭି) ୨୭.୧୨.୨୦ ପୂଜ୍ୟ ପୂଜକ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ୟୁନିଟ -୯ ସ୍ଥିତ ଅନନ୍ତମୂଖୀ ଗୀତା ସାବିତ୍ରୀ ଚକ୍ର (ଗୀତାଭବନ) ଠାରେ ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ୟୁନିଟ-୯ ସ୍ଥିତ ସମସ୍ତ ମହିଳା ସଭ୍ୟାମାନଙ୍କ ଦ୍ୱାରା ସକାଳ ୮ଟା ସମୟରେ ରିତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଉପସ୍ତିତ ସମସ୍ତ ମା’ ମାନଙ୍କଦ୍ୱାରା ଗୀତା ପାଠ, ଗୀତା କଥା ଆଲୋଚନା କରାଯାଇଥିଲା । ପୂଜ୍ୟ ପୂଜକ ବାବାବଳିଆ ୩୦ ବର୍ଷଧରୀ ଗୀତାଙ୍କୁ କିଭଳି ପ୍ରଚାର ଏବଂ ପ୍ରସାର କରାଯାଇପାରିବ ସେଥିପାଇଁ ଯେଉଁ ସଂକଳ୍ପ ନେଇଛନ୍ତି ସେ ନେଇ ବାବାଜୀ ପ୍ରେମାନନ୍ଦ ଦାସ ଉପସ୍ତିତ ଗୀତାପ୍ରେମୀ ମାନଙ୍କୁ ତାହାର ମହାତ୍ମ ବିଷୟରେ ବୁଝାଇ ଥିଲେ । ସେ କହିଥିଲେ ଗୀତାକୁ ଆଜି ପ୍ରତ୍ୟେକ ପରିବାରରୁ ଆରମ୍ଭ କରି ଗାଁ ମାନଙ୍କରେ କିଭଳି ସୁଦୂର ପ୍ରସାର,ପ୍ରଚାର କରାଯାଇପାରିବ ସେଦିଗପ୍ରତି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ଗୀତା ପାଠଚକ୍ରର ଅନୁଷ୍ଠାନମାନଙ୍କୁ ସରକାରୀ ପ୍ରୋଚ୍ଛାହନ ମିଳିପାରିଲେ ଗୀତାକଥାର ମହାନତା ପ୍ରତ୍ୟେକ ପ୍ରାଣରେ ସ୍ଥାନ ପାଇପାରନ୍ତା ଏବଂ ଏହା ଦିର୍ଘସ୍ଥାଇ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା ସରକାର ଯେଉଁ ଭଳି ଗାଁ ମାନଙ୍କରେ ଭାଙ୍ଗିଯାଉଥିବା ଭାଗବତ ଟୁଙ୍ଗୀର ପ୍ରୟାସ ହାତକୁ ନେଇଛନ୍ତି । ଗୀତାଙ୍କୁ ସେହିଭଳି ପ୍ରସାର କରିବାରେ ଆନ୍ତରିକତା ରହିବା ଦରକାର । ସର୍ବଶେଷରେ ପୁର୍ଣ୍ଣହୁତି ପ୍ରଦାନ କରାଯାଇଥିଲା । ଆସିଥିବା ମା’ମାନେ ଏବଂ ମାନ୍ୟଗନ୍ୟ ବ୍ୟକ୍ତିବିଶେଷ ପ୍ରସାଦ ସେବନ କରିଥିଲେ ସର୍ବଶେଷରେ ଆଗାମୀ ୨୦୨୧ ବର୍ଷ ପ୍ରତ୍ୟେକ ପରିବାରେ ସୁଖଃ ଶାନ୍ତିର ବର୍ଷହେଉ ଏହାହିଁ କାମନା କରାଯାଇଥିଲା

Editor Sudhanshu Bhusan Baliarsingh

Ownership Adarsha tv