ମୁଖ୍ୟମନ୍ତ୍ରୀ କେଜ୍ରିବାଲ ବିଧାନସଭାରେ ଚିରିଦେଲେ କୃଷି ଆଇନ ବିଲକୁ ।

ମୁଖ୍ୟମନ୍ତ୍ରୀ କେଜ୍ରିବାଲ  ବିଧାନସଭାରେ ଚିରିଦେଲେ କୃଷି ଆଇନ ବିଲକୁ ।

ବ୍ୟୁରୋ ଆଦର୍ଶ ଟିଭି: ଦିଲ୍ଲୀରେ ବିଧାନସଭା ଅଧିବେସନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜି୍ରବାଲ ସରକାର କୃଷିବିଲକୁ ଚିରିପକାଇଥିଲେ । ସେ ଏହି ନୂଆ କୃଷିଆଇନିକୁ ଘୋର ବିରୋଧ କରିଛନ୍ତି । କେଜି୍ରବାଲ ସରକାରଙ୍କୁ ସମାଲୋଚନାକରି କହିଛନ୍ତି ଏହା କୃଷକଙ୍କପାଇଁ ଏକ କଳା ଆଇନି ସରକାର ତୁରନ୍ତ ଏହାକୁ ଫେରାଇ ନିଅନ୍ତୁ । ପୁଣି କହିଥିଲେ ଦେଶରେ ଯେଉଁଭଳି କୃଷକମାନେ ରୁଣଭାରରେ ବୁଡି ଆତ୍ମହତ୍ୟାକରୁଛନ୍ତି ତାହାକ’ଣ ସରକାର ଜାଣିପାରୁନାହାଁନ୍ତି । ଆଜିକୁ ୨୦ ଦିନହେଲା ରାଜ ରାସ୍ତାରେ କୃଷକମାନେ ଯେଉଁଭଳି ଭାବରେ ପଡିରହିଛନ୍ତି ସେଥିରେ ୨୦ଜଣ କୃଷକଙ୍କର ପ୍ରାଣ ଗଲାଣି । ହେଲେ ସରକାର କହୁଛନ୍ତି ନା କ’ଣ ଚାଷିଙ୍କୁ ଏହାର ବିଷୟରେ ବୁଝାଯାଉଛି । ସରକାରଙ୍କୁ ଏହି କୃଷିଆଇନ୍ ବିଷୟରେ କୈଣସି କିଛି ଜଣାନାହିଁ । ସେ ଆଉ କଣ କହିବେ ବୋଲି ତାଛଲ୍ୟକରିଛନ୍ତି କେଜି୍ରବାଲ ।

Editor Sudhanshu Bhusan Baliarsingh

Ownership Adarsha tv